ମହିଳାଙ୍କ ମୁଣ୍ଡକାଟ ମାମଲା: ଆଜି ଫୁଲେଶ୍ୱରୀ ବସ୍ତି, ଭରତପୁର ଜଙ୍ଗଲରେ ସିନ ରିକ୍ରିଏଟ୍ କଲା ପୋଲିସ

ଭୁବନେଶ୍ୱର: ଧୀରେ ଧୀରେ ଖୋଲିବାରେ ଲାଗିଛି ରାଜଧାନୀରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ଅନେକ ଅକୁହା କଥା । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ ହତ୍ୟାର କାରଣ, ତଥ୍ୟ, ପ୍ରମାଣ ସାଉଁଟିବାରେ ଲାଗିଛି ପୋଲିସ । ରିମାଣ୍ଡର ପ୍ରଥମ ଦିନରେ ପୋଲିସ ୨ ଅଭିଯୁକ୍ତଙ୍କୁ ନେଇ ପୁଣି ଥରେ ଘଟଣା ସ୍ଥଳକୁ ଯାଇଛି ।

ହତ୍ୟା କରିଥିବା ଫୁଲେଶ୍ୱରୀ ବସ୍ତିର ସେହି ଘର ସମେତ ବେକ କାଟି ଥିବା ଅନ୍ଧାର ନିଛାଟିଆ ସ୍ଥାନକୁ ପୋଲିସ ନେଇ ଅଧିକ ପ୍ରମାଣ ଖୋଜିଛି । ଏପରି ସ୍ଥିତିରେ କେହି ପ୍ରତ୍ୟକ୍ଷ ଦର୍ଶୀ ନ ଥିବା ଦୃଷ୍ଟିରୁ ପୋଲିସ ଅଧିକ ସତର୍କ ହୋଇ ପ୍ରମାଣ ଯୋଗାଡ କରିବା ନିହାତି ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି ।

ତଥ୍ୟ ପ୍ରମାଣ ଯୋଗଡ ବେଳେ ପୋଲିସ ହାତରେ ଲାଗିଛି ଗୁରୁତ୍ବ ପୂର୍ଣ୍ଣ ସୁରାକ । ଯେଉଁ ଓଢଣୀରେ ପୁଷ୍ପଲତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା ତାହାକୁ ଜବତ କରିଛି ପୋଲିସ । ଏହା ସହ ଘଟଣା ଦିନ ସେମାନେ କଣ କଣ କରିଥିଲେ, ତାହାର ପଚାରି ବୁଝିଥିଲା ତଦନ୍ତକାରୀ ଟିମ୍ । ଘରର ଆଜବେଷ୍ଟଟସ୍ ଭଙ୍ଗା ଥିବାରୁ କାଳେ ସେହି ବାଟେ ଡେଡ୍ ବଡି ନିଆ ଯାଇଥିବ ତାହାର ଯାଞ୍ଚ ବି କରିଥିଲା ସାଇଣ୍ଟିପିକ୍ ଟିମ୍ ।

ଗତ ଗୁରୁବାର କଟାମୁଣ୍ଡ ମାମଲାରେ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଭରତପୁର ଜଙ୍ଗଲରୁ ମିଳିଥିଲା ମହିଳାଙ୍କ କଟାମୁଣ୍ଡ । ଗତ ୪ ତାରିଖରେ ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ଅନ୍ଧାରୁଆ-ଦାସପୁର ରାସ୍ତା ମୃତଦେହକୁ ପିଙ୍ଗି ଦେଇଥିଲା । ତେବେ ପରିଚୟ ନଷ୍ଟ କରିବା ପାଇଁ ଅଭିଯୁକ୍ତ ମୃତ ପୁଷ୍ପଲତାଙ୍କ ମୁଣ୍ଡ କାଟି ଭରତପୁର ଜଙ୍ଗଲରେ ଫୋପାଡି ଦେଇଥିଲେ । ଘଟଣାର ୮ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ ।

Leave A Reply

Your email address will not be published.

ବ୍ରେକିଂ