ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଭୁବନେଶ୍ଵର ସହିଦନଗର ଥାନା କେସୁରା ଅଞ୍ଚଳରେ ଏକ ଘର ଭିତରୁ ୫୫୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ  ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହାସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।  ବ୍ରାଉନସୁଗର ଓ ଟଙ୍କା ସହ ଜଣେ ମହିଳା ଏବଂ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ ।  ଏନେଇ ଟ୍ୱିନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । 

ସେଠାରେ ଚଢଉ କରିଥିବା ପୋଲିସ ଉକ୍ତ ଘରୁ ଏକ କାର ଏବଂ ଦୁଇଟି ବାଇକ ମଧ୍ୟ ଜବତ କରିଥିବା  ପୋଲିସ କମିଶନର କହିଛନ୍ତି । ଗିରଫ  ଯୁବକଙ୍କର ଜଳେଶ୍ୱର ଅଞ୍ଚଳ ସହିତ ସଂପୃକ୍ତ ରହିଥିବା ଜାଣିବାକୁ ମିଳିଛି । ସାଧାରଣତଃ ପଶ୍ଚିମବଙ୍ଗରୁ ଜଳେଶ୍ୱର ଦେଇ ଓଡ଼ିଶା ମଧ୍ୟକୁ ବ୍ରାଉନସୁଗର ଭଳି ନିଶାଦ୍ରବ୍ୟ ଚାଲାଣ ହେଉଥିବାରୁ ଏ ସମ୍ପର୍କରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଏଥିସହିତ ସେ କହିଛନ୍ତି ଯେ ଜବତ ହୋଇଥିବା ଏତେ ଟଙ୍କା ସମ୍ପର୍କରେ ମହିଳା ଜଣକ କୌଣସି ସଠିକ ସୂଚନା ଦେଇପାରୁନଥିବାରୁ ଉକ୍ତ ଟଙ୍କା ନିଶା କାରବାରରୁ ଆସିଥିବା ସନ୍ଦେହ କରାଯାଉଛି । ପୋଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଖୋଜୁଥିବା ସେ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ