ରାଜଧାନୀ ବର୍ଷା ପାଣି ଭାସିଯାଇ ଛାତ୍ର ନିଖୋଜ

ଭୁବନେଶ୍ୱର : ବର୍ଷା ପାଣିରେ ଭାସିଯାଇ ୧୫ବର୍ଷୀୟ ଛାତ୍ର ନିଖୋଜ ।ଏହି ଅଘଟଣ କେଉଁ ନଦୀ କି ନାଳରେ ଘଟିନାହିଁ । ଖୋଦ୍ ରାଜଧାନୀ ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ପ୍ରବଳର ବର୍ଷାରେ ଖୋଲା ଡ୍ରେନ୍‌ରେ ପ୍ରଭାବିତ ପାଣିରେ ଛାତ୍ର ଜଣକ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ଟ୍ୟୁସନ୍ ଯିବା ବାଟରେ ଏଭଳି ଅଘଟଣ ଘଟିଛି ।   ସ୍ଥାନୀୟ ଲୋକେ, ଅଗ୍ନିଶମବାହିନୀ ଓ ପୋଲିସ ଖୋଜାଖୋଜି କରୁଥିଲେ ବି ଏଯାବତ୍ କୌଣସି ପତା ମିଳିପାରି ନାହିଁ ।

ନିଖୋଜ ନାବାଳକ ଜଣଙ୍କ ହେଉଛନ୍ତି ଜ୍ୟୋତି ପ୍ରକାଶ ବେହେରା ।  ତାଙ୍କ ଘର ବରମୁଣ୍ଡା ପାଲାମଣ୍ଡପ ସାହି ବୋଲି ଜଣାପଡିଛି।

Leave A Reply

Your email address will not be published.

ବ୍ରେକିଂ