ଦିବ୍ୟା ଅଗ୍ରୱାଲ ବିଗ୍‌ ବସ୍‌ ଓଟିଟି ବିଜେତା

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ରିୟଲିଟି ଶୋ’ ବିଗ୍‌ ବସ୍‌ ଓଟିଟିର ବିଜେତା ହୋଇଛନ୍ତି । ଟ୍ରଫି ସହିତ ଦିବ୍ୟାଙ୍କୁ  ୨୫ ଲକ୍ଷ ଟଙ୍କା ପୁରଷ୍କାର ମିଳିଛି । ନିଶାନ୍ତ ଭଟ୍ଟ ବିଗ୍ ବସ୍ ଓଟିଟିର ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ଶମିତା ଶେଟ୍ଟୀ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି । ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରିଥିବା ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଶନିବାର ସନ୍ଧ୍ୟା ୭ଟାରେ ଅନ୍‌ଲାଇନ ପ୍ଲାଟଫର୍ମ ‘ଭୁଟ୍‌’ରେ ପ୍ରସାରିତ ହୋଇଥିଲା।

ଦିବ୍ୟାଙ୍କ ସହ ଏହି ରିୟଲିଟି ଶୋ’ ଫାଇନାଲରେ ରାକେଶ ବାପତ୍‌, ପ୍ରତୀକ ସେହଜପାଲ, ସମିତା ସେଟ୍ଟୀ ଏବଂ ନିଶାନ୍ତ ଭଟ୍ଟ ଥିଲେ। ସେମାନଙ୍କ ମଧ୍ୟରୁ ନିଶାନ୍ତ ପ୍ରଥମ ରନର୍ସ ଅପ୍‌ ଏବଂ ସମିତା ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଏବେ ଏହି ୩ ଜଣ ବିଗ୍‌ ବସ୍‌-୧୫ ପ୍ରତିଯୋଗିତାରେ ଭାଗ ନେବେ। ରାକେଶ ବାପତ୍‌ ଶ୍ରେଷ୍ଠ ୩ ରେ ପହଞ୍ଚିପାରିନଥିଲେ ଏବଂ ଶୋ’ରୁ ବାଦ ପଡିଥିବାବେଳେପ୍ରତୀକ ସେହଜପାଲ ନିଜେ ଶୋ ଛାଡିଥିଲେ। ଅଗଷ୍ଟ ୮ ରେ ଆରମ୍ଭ ହୋଇଥିବା ବିଗ୍ ବସ୍ ଓଟିଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଖିଲା । କ୍ରମାଗତ ଭାବରେ ପ୍ରାୟ ୧୦୦୦ ଘଣ୍ଟା ଧରି ଚାଲିଥିବା ଏହି ଲାଇଭ୍ ଶୋ’ର ଟ୍ରଫି ଶେଷରେ ଦିବ୍ୟା ଅଗ୍ରୱାଲ ଜିତିଥିଲେ ।

ଏହା ପୂର୍ବରୁ ଦିବ୍ୟା ଏମ୍‌ଟିଭି ସ୍ପ୍ଲିଟ୍‌ଭିଲା ରନର୍ସ ଅପ୍‌ ଏବଂ ଏମ୍‌ଟିଭି ଏସ୍‌ ଅଫ୍‌ ସ୍ପେସ ପ୍ରଥମ ସିଜନର ବିଜେତା ହୋଇଥିଲେ।  ୧୪ ସିଜନ ପରେ ପ୍ରଥମ ଥର ପାଇଁ ବିଗ୍‌ ବସ୍‌ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହୋଇଥିଲା।

Leave A Reply

Your email address will not be published.

ବ୍ରେକିଂ