ଭୁବନେଶ୍ୱର: ବିରୋଧୀଙ୍କ ତୀବ୍ର ବିରୋଧ ମଧ୍ୟରେ ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଚୟନ ହୋଇଛନ୍ତି । ବିଜେପି ବିଧାୟକ ବିଜୟ କୁମାର ସିହ୍ନା ବିହାର ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳ ପକ୍ଷରୁ ଆରଜେଡି ବିଧାୟକ ଆୱାଦ ବିହାରୀ ସିଂ ତାଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ । ଆୱାଦ ବିହାରୀ ସିଂଙ୍କୁ ପରାସ୍ତ କରି ସେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି । ବିଜୟ ସିହ୍ନାଙ୍କ ସପକ୍ଷରେ ୧୨୬ ଭୋଟ୍ ପଡିଥିବା ବେଳେ ଆୱାଦ ବିହାରୀ ସିଂଙ୍କ ସପକ୍ଷରେ ୧୧୪ ଟି ଭୋଟ ପଡିଥିଲା ।
ତେବେ ଫଳାଫଳ ପରେ ବିରୋଧୀ ଦଳ ନେତା ତେଜସ୍ୱୀ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜୟ ସିହ୍ନା ଲାଖାଇସରାଇ ଆସନରୁ ବିଧାୟକ ଅଛନ୍ତି। ସେ ତୃତୀୟ ଥର ପାଇଁ ଲାଖାଇସରାଇ ଆସନରେ ଜିତିଛନ୍ତି।