ବିହାରରେ ଅନଲକ ପ୍ରକ୍ରିୟା ଆରମ୍ଭ

ପାଟଣା: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ବିହାରରେ ମଧ୍ୟ ସଂକ୍ରମଣ ହ୍ରାସ ପାଇବା ପରେ ଏଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନ୍ ଶେଷ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟରେ ଏବେ ସନ୍ଧ୍ୟା ୫ଟା ଯାଏ ଦୋକାନ ଖୋଲା ରହିବ।

ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି, ଲକଡାଉନ୍ ଦ୍ୱାରା କରୋନା ସଂକ୍ରମଣରେ ହ୍ରାସ ହୋଇଛି। ଏଥିପାଇଁ ରାଜ୍ୟରେ ଏବେ ଲକଡାଉନ୍ ଶେଷ କରାଯାଉଛି। କିନ୍ତୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ୫୦ ପ୍ରତିଶତ ଉପସ୍ଥିତି ସହ ସରକାରୀ ଓ ପ୍ରାଇଭେଟ୍ ଏବଂ ଇଣ୍ଡିଭିଜୁଆଲ୍ ଅଫିସ୍ ଅପରାହ୍ଣ ୪ଟା ଯାଏ ଖୋଲା ରହିବ। ରାଜ୍ୟରେ ଦୋକାନ ଅପରାହ୍ଣ ୫ଟା ଯାଏ ଖୋଲା ରହିବ।

ସେହିପରି ଆହୁରି ମଧ୍ୟ କହିଛନ୍ତି ଅନଲାଇନରେ ପାଠପଢ଼ା କରାଯାଇପାରିବ। ଘରୋଇ ଯାନବାହାନ ଚଳାଚଳ କରିବାକୁ ଅନୁମତି ଦିଆଯିବ। ତେବେ ଏହି ବ୍ୟବସ୍ଥା ଆଗାମୀ ଏକ ସପ୍ତାହ ପାଇଁ ରହିବ। କିନ୍ତୁ ଭିଡ଼ରୁ ଦୂରେଇ ରହିବା ଆବଶ୍ୟକତା ରହିଛି ।

ବିହାରରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବାର ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ମେ’ ୪ ତାରିଖରେ ରାଜ୍ୟରେ ଲକଡାଉନ୍ ଅବଧିକୁ ମେ’ ୧୫ ତାରିଖ ଯାଏ ବଢ଼ାଇଥିଲେ। ତେବେ ମାମଲା ନ କମିବାରୁ ଲକଡାଉନକୁ ମେ’ ୨୫ ଯାଏ ବଢ଼ାଯାଇଥିଲା ଏବଂ ପରେ ଏହାକୁ ମେ’ ୩୧ ଯାଏ ବୃଦ୍ଧି କରାଯାଇଥିଲା। ଏହା ପରେ ଜୁନ୍ ୮ ତାରିଖରେ ଲକଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନିଆଗଲା।

ବିହାରରେ କରୋନା ସଂକ୍ରମଣ କାରଣରୁ ସୋମବାର ୪୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୫୪୨୪ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ କରୋନାରେ ୮୨୩୦ ରୋଗୀ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.

ବ୍ରେକିଂ