ବାଇକ-କାର ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

କୁଚିଣ୍ଡା : କୁଚିଣ୍ଡା ଥାନା ଅଧିନସ୍ଥ ରେଙ୍ଗାଲବେଡା ଠାରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ  ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।  ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ସୋମବାର ରାତି ପ୍ରାୟ ୮ ଟା ସମୟରେ ଏକ  ବାଇକ ଯୋଗ ସିହିରିଆ ଗ୍ରାମର ଶୁଶିଳ ମୁଣ୍ଡା(୩୦) ଓ ଗମ୍ଭାରୀମୁଣ୍ଡା ଗ୍ରାମର ଚନ୍ଦନ ନାଏକ(୨୮) କୌଣସି କାମରେ ଶିରିଡ ପଟକୁ ଯାଉଥିଲେ । ଏହି ସମୟରେ ରେଙ୍ଗାଲବେଡା ଜାତୀୟ ରାଜପଥ ଠାରେ  ବିପରିତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଏଥିରେ ଶୁଶିଲ ମୁଣ୍ଡାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟତମ ବାଇକ ଆରୋହୀ ଚନ୍ଦନ ନାଏକଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ  ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର ରଖଯାଇଥିବା ଜଣାଯାଇଛି। ଏନେଇ କୁଚିଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ