ବାର୍ଡ ଫ୍ଲୁ ସଂକ୍ରମଣରେ ୧୧ ବର୍ଷର ନାବାଳକ ମୃତ

ନୂଆଦିଲ୍ଲୀ: ଦେଶରେ ବାର୍ଡ ଫ୍ଲୁ ନେଲା ପ୍ରଥମ ଜୀବନ । ଏମ୍ସର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୧୧ ବର୍ଷର ନାବାଳକ ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଦେଶରେ ବାର୍ଡ଼ ଫ୍ଲୁରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ନାବାଳକ ଜଣକ ଏଚ୫ଏନୱାନରେ ସଂକ୍ରମିତ ହୋଇଥିବା କହିଛନ୍ତି ଡାକ୍ତର । ନାବାଳକର ସ୍ୱାସ୍ଥ୍ୟାବସ୍ଥା ଅଚାନକ୍ ବିଗିଡ଼ିଯିବା ପରେ ଜୁଲାଇ ୨ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ଦିନ ଚିକିତ୍ସିତ ଅବସ୍ଥାରେ ନାବାଳକ ମୃତ୍ୟୁ ହୋଇଥିବା କୁହାଯାଇଛି ।

ନାବାଳକକୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ସଂକ୍ରମଣ ସମ୍ପର୍କରେ ଜାଣିବା ପାଇଁ ଏମ୍ସ ପକ୍ଷରୁ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ମଙ୍ଗଳବାର ଦିନ ନାବାଳକ ଜଣକ ଏଭିଏନ୍ ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା । ବିଶେଷ କରି ପକ୍ଷୀ ଏବଂ କୁକୁଡ଼ାମାନଙ୍କ ଠାରେ ଏହି ଭାଇରସ୍ ଦେଖାଦିଏ ବୋଲି ଡାକ୍ତର କହିଛନ୍ତି । ବାର୍ଡ଼ ଫ୍ଲୁ ପକ୍ଷୀଙ୍କ ଠାରେ ଅତି ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ସେମାନଙ୍କଠାରୁ ମଣିଷକୁ ମଧ୍ୟ ବ୍ୟାପିଥାଏ । ପରେ ଏହା ମଣିଷକୁ ମଣିଷ ବ୍ୟାପିଥାଏ ।

ବାର୍ଡ଼ ଫ୍ଲୁ ହେଉଛି ଏକ ଭୂତାଣୁଜନିତ ରୋଗ । ଯାହାକୁ ‘ଏଭିଆନ୍ ଇନଫ୍ଲୁଏନଜାଏ ମଧ୍ୟ କୁହାଯାଏ । ବାୟୁ ଦ୍ଵାରା ସଂକ୍ରମିତ ହେଉଥିବାରୁ ବାର୍ଡ ଫ୍ଲୁ କୁକୁଡ଼ା ବ୍ୟତୀତ ଗୃହପାଳିତ ପକ୍ଷୀ ଏବଂ ମଣିଷଙ୍କୁ ବ୍ୟାପିଥାଏ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦିଅନ୍ତି ।

Leave A Reply

Your email address will not be published.

ବ୍ରେକିଂ