ବାର୍ଡ ଫ୍ଲୁ ଭୟ : ବନ୍ଦ ରହିବ ନନ୍ଦନକାନନର ପକ୍ଷୀ ବିହାର

ଭୁବନେଶ୍ୱର : ମହାମାରୀ କରୋନା ପରେ ଏବେ ଦେଶରେ ଆତଙ୍କ ଖେଳାଇଲାଣି ବାର୍ଡ ଫ୍ଲୁ।  ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ଓଡିଶାରେ ବାର୍ଡ ଫ୍ଲୁ ଦେଖା ଯାଇ ନଥିଲେ ମଧ୍ୟ  ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସତର୍କମୂଳକ ପଦକ୍ଷେପ ନେଇଛନ୍ତି ।

ବାର୍ଡ ଫ୍ଲୁ ଯେପରି ଚିଡିଆଖାନାରେ ଥିବା ପକ୍ଷୀମାନଙ୍କୁ ନ ବ୍ୟାପେ ସେଥିଲାଗି ନନ୍ଦନକାନନର  ପକ୍ଷୀ ବିହାରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ସହିତ ନନ୍ଦନକାନନରେ ଥିବା ସଫାରି ଓ ବ୍ୟାଟେରୀ ଚାଳିତ ଗାଡି ଚଳାଚଳକୁ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

 

Leave A Reply

Your email address will not be published.

ବ୍ରେକିଂ