ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ପୁରୀ : ଆଜି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥିସହିତ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳକାମନା କରିଛନ୍ତି ।

ଦର୍ଶନ ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଆଖି ଅପେକ୍ଷା କରିଥିଲା ଦୀର୍ଘ ୯ ମାସ ଧରି ମନରେ ପ୍ରବଳ ଇଚ୍ଛା ରହିଥିଲା ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ । ମନର ଇଚ୍ଛା ଆଜି ସମ୍ପୂର୍ଣ୍ଣ ହେଲା । ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ଯେଉଁମାନେ ଚକା ଆଖିର ଦର୍ଶନ ପାଇଁ ଅପେକ୍ଷା କରିଥିଲେ, ସେମାନେ ଆଜି ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦର୍ଶନ ପାଇଁ ପୁରୀ ଛୁଟି ଆସିଛନ୍ତି ।

 

କୋଭିଡ କଟକଣା ପାଇଁ ନାଗାର୍ଜୁନ ବେଶ ଓ ରଥ ଯାତ୍ରାରୁ ମଧ୍ୟ ଭକ୍ତ ବଞ୍ଚିତ ରହିଥିଲେ । ତେବେ ଯାହା ହେଉ ସେ ଆଜି ଶ୍ରୀ ବିଗ୍ରହଙ୍କ ଘୋଡଲାଗି ବେଶ ଦର୍ଶନ କରିଛନ୍ତି । ସମସ୍ତେ କରୋନା ମୁକ୍ତ ରୁହନ୍ତୁ ବୋଲି ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ସେ ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନାର ପ୍ରଶଂସା କରିଛିନ୍ତି ।

 

Leave A Reply

Your email address will not be published.

ବ୍ରେକିଂ