ବିଧାୟକ ମୋହନ ମାଝୀ ଆକ୍ରମଣ ଘଟଣାରେ ବିଜେପିର ପ୍ରତିବାଦ

କେନ୍ଦୁଝର: କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିଜେପି ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀଛକଠାରେ ଭାଜପା କର୍ମୀମାନେ ରାସ୍ତାରେ ବସି ଆନ୍ଦୋଳନ କରିବା ସହ ଏନ୍‌ଏଚ୍‌ ୪୯ ଅବରୋଧ କରାଯାଇଥିଲା। ଫଳରେ ଯାତାୟାତ ଠପ୍‌ ହୋଇଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି। ଏଥିରେ ଜିଲାର ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି।

ରବିବାର ବିଧାୟକ ମୋହନ ଚରଣ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିଲା। ଏକ ବୈଠକରୁ ଫେରୁଥିବା ବେଳେ ମଣ୍ଡୁଆ ନିକଟରେ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ। ଏହାକୁ ନେଇ ବିଧାୟକଙ୍କ ପକ୍ଷରୁ ଥାନାରା ଅଭିଯୋଗ କରାଯାଇଥିଲା। କିନ୍ତୁ ଏଯାଏଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି।

Leave A Reply

Your email address will not be published.

ବ୍ରେକିଂ