ବଡ଼ଗଡ଼ ଓମ୍ ଗୁରୁକୁଳ ପବ୍ଲିକ ସ୍କୁଲରେ ବିଏମସିର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବଡଗଡ ଅଂଚଳରେ ଥିବା ଓମ୍ ଗୁରୁକୁଳ ପବ୍ଲିକ ସ୍କୁଲରେ ବିଏମସିର ଚଢ଼ାଉ। କୋଭିଡ ନିୟମ ଉଲ୍ଲଂଘନ କରି ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ଚଢ଼ାଉ କଲା ବିଏମସି ।

୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରେ ପଢ଼ା ଚାଲିଥିଲା । ଖବର ପାଇ ବିଏମସି ସ୍କ୍ବାଡ ସମେତ କମିଶନରେଟ୍ ପୋଲିସ  ସେଠାରେ ପହଞ୍ଚି ଚଢ଼ାଉ କରିଥିଲା । ତେବେ ସେଠାରେ ଥିବା ପିଲାମାନେ ସେମାନଙ୍କ ସମ୍ପର୍କୀୟଙ୍କ ପିଲା । ସେମାନେ ସ୍ଥାୟୀ ଭାବେ ଏଠାରେ ରହୁଛନ୍ତି ବୋଲି  ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।

କରୋନାର ଦ୍ରୁତ ସଂକ୍ରମଣ ଭିତରେ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖି କେବଳ ଅନଲାଇନ ପାଠପଢା ପାଇଁ ଅନୁମତି ଦେଇଥିଲେ ।ସଂକ୍ରମଣ ରୋକିବାକୁ ସରକାର ହଷ୍ଟେଲ ମଧ୍ୟ ଖାଲି କରାଇଛନ୍ତି । ତଥାପି ସରକାରଙ୍କ ସମସ୍ତ କଟକଣାକୁ  ଉଲ୍ଲଂଘନ କରି ସ୍କୁଲର କର୍ତୃପକ୍ଷ ସ୍କୁଲରେ ପାଠପଢ଼ାଉଥିଲେ।

Leave A Reply

Your email address will not be published.

ବ୍ରେକିଂ