ନାଇଟ କର୍ଫ୍ୟୁ ଉଲ୍ଲଂଘନ, ଭୁବନେଶ୍ୱରର ମ୍ୟାଡ୍ ମୁଲ୍ ବାର୍ ସିଲ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଏବେ ବି କିଛିଟା କଟକଣା ରହିଛି। ଜୀବିକା ପାଇଁ କଟକଣାକୁ କୋହଳ କରାଯାଇଥିବା ବେଳେ ନାଇଟ କର୍ଫ୍ୟୁ ଏବେ ବଳବତ୍ତର ରହିଛି।  ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିଛି। ହେଲେ ଏହାକୁ ଉଲ୍ଲଘଂନ କରି କିଛି ବ୍ୟବସାୟୀ ଓ ବାର ମାଲିକ ବ୍ୟବସାୟ ଚଳାଇଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ବିଏମସିର ସ୍ବତନ୍ତ୍ର ସ୍କ୍ବାଡ ପକ୍ଷରୁ ଶନିବାର ରାତିରେ ଚଢ଼ଉ କରାଯାଇଥିଲା।  ରାତ୍ରିକାଳୀନ କର୍ଫ୍ୟୁ ବେଳେ କେବଳ ଜରୁରୀକାଳିନ ସେବାକୁ ଅନୁମତି ରହିଛି। ହେଲେ କିଛି ବାର ନିୟମ ମାନୁନାହାନ୍ତି। ରାଜଧାନୀର ଜନପଥରେ ଥିବା ମ୍ୟାଡମୁଲେ ବାରକୁ ବିଏମସି ସିଲ କରିଛି।

କୋଭିଡ କଟକଣା ଥିବା ବେଳେ ନାଇଟକର୍ଫ୍ୟୁକୁ ନ ମାନି ବାର ଖୋଲାଥିଲା। ବିଏମସି ସହକାରୀ କମିଶନର ଲିଲିନପ୍ରସାଦ ସାହୁଙ୍କ ନେତୃତ୍ବରେ ଖାରବେଳ ନଗର ପୋଲିସ ଚଢ଼ଉ କରି ବାରକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସିଲ କରିଛି।

Leave A Reply

Your email address will not be published.

ବ୍ରେକିଂ