କରୋନା ବିରୋଧୀ ଯୁଦ୍ଧ: ଭୁବନେଶ୍ବରରେ ୧୦ ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟିିକାକରଣ କ୍ଷେତ୍ରରେ ବଡ ସଫଳତା ହାସଲ କରିଛି । ବିଏମସି ପକ୍ଷରୁ ଏଦଯାବତ ୧୦ ଲକ୍ଷ ଡୋଜ ଟିକା ଦିଆଯାଇଥିବା ଜଣାପଡ଼ିଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ମୋଟ ୬ ଲକ୍ଷ ୩୦ ହଜାର ୧୯୧ ଜଣଙ୍କୁ ପ୍ରଥମ ଡୋଜ ଓ ୩ ଲକ୍ଷ ୭୯ ହଜାର ୫୦୫ ଜଣଙ୍କୁ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ଦିଆଯାଇଥିବା ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି।

ସେପଟେ ବିଏମସି ଜୁଲାଇ ୧୫ ସୁଦ୍ଧା ସହରର ସମସ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଥମ ଡୋଜ ଓ ଅଗଷ୍ଟ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଟିକା ଦେବା ପାଇଁ ଯୋଜନା କରିଛି। ସହରର ୫୫ ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୮ ହଜାରରୁ ୨୦ ହଜାର ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ବିଭିନ୍ନ ନାଗରିକ ସଂସ୍ଥା ୬୦ଟି କେନ୍ଦ୍ରରେ ଏହି ସଂଖ୍ୟାକୁ ୨୮ ହଜାରରୁ ୩୦ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ଭୁବନେଶ୍ବରରେ ବିଏମସି ପକ୍ଷରୁ  କୋଭାକ୍ସିନ ଟିକା ଦିଆଯାଉଛି । ୧୮ରୁ ୪୪ ଏବଂ ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି ।

Leave A Reply

Your email address will not be published.

ବ୍ରେକିଂ