ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

ଚିଲିକା: ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଚିଲିକା ନଳବଣରେ ଇଞ୍ଜିନ ଖରାପ ହୋଇଯିବାରୁ ଗୋଟିଏ ଯାତ୍ରୀବାହୀ ଡଙ୍ଗା ଫସି ରହିଥିବା ସୂଚନା ମିଳିଛି । ଏନେଇ ବାଲୁଗାଁ ଫାୟାର ଅଫିସର ନିତ୍ୟାନନ୍ଦ ବେହେରା ସୂଚନା ଦେଇଛନ୍ତି ।

ମିଲିଥିବା ସୂଚନା ଅନୁଯାୟୀ, ଶୋରଣାରୁ ପ୍ରାୟ ୨୦ରୁ ୨୨ ଯାତ୍ରୀ କାଳିଜାଇ ଦର୍ଶନ ପାଇଁ ଯାଇଥିବାବେଳେ ଅଧାବାଟରେ ତାଙ୍କ ଡଙ୍ଗାଟି ଫସିଯାଇଥିବା ଜଣାପଡିଛି । ତେବେ, ଫସିରହିଥିବା ଯାତ୍ରୀମାନେ ପୋନ କରି ଜଣାଇବାପରେ  ଅନ୍ୟ ୨ ଟି ଡଙ୍ଗା ଦ୍ୱାରା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ