ବାଲେଶ୍ୱର: ପୋଖରୀ ହୁଡାରୁ ବୃଦ୍ଧ ଦମ୍ଫତ୍ତିଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ଚକଫୁଲବଣୀ ଗାଁର ଏକ ପୋଖରୀ ହୁଡାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ କାହ୍ନୁଚଣ ମଣ୍ଡଳ ଓ ତାଙ୍କ ପତ୍ନୀ ବାସନ୍ତୀ ମଣ୍ଡଳ ।
ଏହି ଘଟଣାଟି ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଅନୁମାନ କରାଯାଉଛି । ଆଜି ସକାଳେ ଗାଁ ଲୋକେ କାମ କରିବାକୁ ଯିବା ସମୟରେ ପୋଖରୀ ହୁଡାରେ ସମ୍ପତ୍ତୀଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଭୋଗରାଇ ଥାନା ଅଧିକାରିଣୀ ସୁଜାତା ଖମାରୀ, ଲକ୍ଷ୍ମୀପାଟଣା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ କୁମାର ନାୟକଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି ।
ବୃଦ୍ଧ ଦମ୍ଫତ୍ତି ଘରେ ପୁଅବୋହୁ ଦ୍ୱାରା ନିର୍ଯାତନାର ଶୀକାର ହେବା ଶୁଣିବାକୁ ମିଳୁଛି । ଅପରପକ୍ଷରେ ତାଙ୍କୁ ମାରି ଦିଆଯାଇଥିବାର ଆଶଙ୍କା ପ୍ରକାଶ ପାଉଛି । ଯଦି ସେମାନେ ଆତ୍ମହତ୍ୟା କରଥାନ୍ତି ତେବେ କେଉଁ ପରିସ୍ଥିତିରୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ତାହା ତଦନ୍ତ ହେଲେ ଜଣା ପଡିବ ବୋଲି ଚର୍ଚ୍ଚା ହେଉଛି ।