ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଛକ ନିକଟରେ ୧୮ ନଂ ଜାତୀୟ ରାଜପଥ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମହିଳାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବାହାରୁ କେହି ଦୁର୍ବତ୍ତ ଆଣି ରାସ୍ତା କଡ଼ରେ ଫୋପାଡ଼ିଥିବା ସନ୍ଦେହ କରାଯାଉଛି । ମୃତଦେହ ଜବତ କରି ବେତନଟି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ମୃତ ମହିଳାଙ୍କ ପରିଚୟ ଏବେସୁଦ୍ଧା ମିଳିପାରିନାହିଁ। ସେ ବାହାର ରାଜ୍ୟର ହୋଇଥିବେ ବୋଲି ସନ୍ଦେହ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

 

 

Leave A Reply

Your email address will not be published.

ବ୍ରେକିଂ