ଗାଁ ଜଙ୍ଗଲ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର

ପଦ୍ମପୁର: ଜଙ୍ଗଲରୁ ମିଳିଲା ନାବାଳିକାର ମୃତଦେହ । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମ ନିକଟ ଜଙ୍ଗଲରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ନାବାଳିକା ସେହି ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କ ୮ ବର୍ଷ ର ଝିଅ କୌଶଲ୍ୟା ପାଣ୍ଡେ ବୋଲି ଜଣା ପଡିଛି । ନାବାଳିକା ଜଣକ ଗତ କାଲି ସନ୍ଧ୍ୟାରୁ ନିଖୋଜ ଥିବା ନେଇ ନାବାଳିକାର ବାପା ପାଇକମାଲ ଥାନାରେ ରିପୋର୍ଟ କରିବା ପରେ ପୋଲିସ ଖୋଜା ଖୋଜି ଜାରି ରଖିଥିଲା।

ଆଜି ସକାଳୁ ନାବାଳିକାର ମୃତ ଦେହ ଗାଁ ନିକଟ ଜଙ୍ଗଲରୁ ମିଳିଥିବା ବେଳେ ପୋଲିସ ରେପ ଏବଂ ହତ୍ୟା ସନ୍ଦେହରେ ତଦନ୍ତ ଜାରି ରଖିଥିବା ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି  ।

Leave A Reply

Your email address will not be published.

ବ୍ରେକିଂ