ଓଡିଶା-ମୋ ପରିବାର ସହଯୋଗରେ କୋଏମ୍ବାଟରରୁ କଳାହାଣ୍ଡି ଫେରିଲା ମୃତଦେହ

ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୁର ସହରରେ ମୃତ୍ୟୁ ଘଟିଥିବା କଳାହାଣ୍ଡିର ଯୁବକ ଗଜେନ୍ଦ୍ର ନାୟକଙ୍କ ମରଶରୀରକୁ ଓଡିଶା-ମୋ ପରିବାର  ସହଯୋଗ ରେ ଫେରି ପାଇଛନ୍ତି ତାଙ୍କ ପରିବାର ଲୋକ । ଆଜି ଭୋର ୩ଟାରେ ଶବ ଗାଁରେ ପହଂଚିବା ପରେ ସଂସ୍କାର କରାଯାଇଛି ।

ସୂଚନାନୁସାରେ କୋଏମ୍ବାଟୁରରେ ଥିବା ଏକ ଚା’ କମ୍ପାନୀରେ ଗଜେନ୍ଦ୍ର ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ସୋମବାର ଦିନ କାମ କରୁଥିବା ଅବସ୍ଥାରେ ଗଜେନ୍ଦ୍ର ହୃଦ୍‌ଘାତର ଶିକାର ହୋଇଥିଲେ । ହସ୍ପିଟାଲ ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । କଳାହାଣ୍ଡିରେ ଥିବା ତାଙ୍କ ପରିବାର ଲୋକ ରୋଜଗାରିଆ ପୁଅକୁ ହରାଇବାର ଦୁଃଖରେ ଥିବା ବେଳେ ଶବ ଘରକୁ ଆଣିବାରେ ଅସମର୍ଥ ଥିଲେ ।

ଏସମ୍ପର୍କରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସୂଚନା ପାଇବା ପରେ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ। ଓଡ଼ିଶା-ମୋ ପରିବାର ସହଯୋଗରେ କୋଏମ୍ବାଟୁରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନସ୍ ଯୋଗେ ଶବ ଅଣାଯାଇଥିଲା । କଳାହାଣ୍ଡିରେ ଗଜେନ୍ଦ୍ରଙ୍କ ଶବ ପହଂଚିବା ବେଳେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ।

Leave A Reply

Your email address will not be published.

ବ୍ରେକିଂ