ପୁରୀ ସମୁଦ୍ରରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ନିଖୋଜ ହୋଇଯାଇଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ବହୋଇଛି । ଗତକାଲି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ ଯୁବକ । ତେବେ ଆଜି ସକାଳୁ ତାଙ୍କ ମୃତଦେହ ପିଙ୍କ୍ ହାଉସ୍ ବେଳାଭୂମୀ ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଣକ ଝାଡ଼ଖଣ୍ଡର ବୋକାରୋ ନିବାସୀ ରମେଶ ସାହୁଙ୍କ ପୁଅ ଦୀପକ କୁମାର ବୋଲି ଜଣାପଡିଛି  ।

ଝାରଖଣ୍ଡରୁ ପୁରୀ ଆସିଥିବା ୧୫ ଜଣ ପର୍ଯ୍ୟଟକ ଗତକାଲି ପୁରୀ ଚକ୍ରତୀର୍ଥ ରୋଡ଼୍ ପିଙ୍କ୍ ହାଉସ୍ ହୋଟେଲ ପଛପଟ ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ଉଚ୍ଚ ଜୁଆରର କରେଣ୍ଟରେ ୭ଜଣ ଭାସିଯାଇଥିଲେ । ଗତକାଲି ୬ଜଣ ଉଦ୍ଧାର ହୋଇଥିବା ବେଳେ ଦୀପକ କୁମାର ନିଖୋଜ ଥିଲେ  ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇଫଗାର୍ଡ଼ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସମୁଦ୍ର ଭିତରେ ଖୋଜା ଖୋଜି କରିଥିଲେ । ହେଲେ ଦୀପକଙ୍କର କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

Leave A Reply

Your email address will not be published.

ବ୍ରେକିଂ