ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ

ଭୁବନେଶ୍ବର: ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ ହୋଇଛି ।  ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗତକାଲି ଶିରୀପୁର ଶତାବ୍ଦୀ ନଗରରେ ଖୋଲା ନାଳରେ ଭାସିଯାଇଥିଲେ ଛାତ୍ର ଜ୍ୟୋତିପ୍ରକାଶ । ପ୍ରାୟ ୧୮ ଘଣ୍ଟା ଧରି ଖୋଜାଖୋଜି ପରେ ଜ୍ୟୋତିପ୍ରକାଶଙ୍କୁ ଠାବ କଲା ଅଗ୍ନିଶମ ବାହିନୀ ।

ରବିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରି ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ। କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରିଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ଡ୍ରେନ୍ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବାଟ ଜାଣିନପାରି ଡ୍ରେନ୍ ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ।

Leave A Reply

Your email address will not be published.

ବ୍ରେକିଂ