ବିଶ୍ୱ ଚାମ୍ପିୟନ୍ ବିଶ୍ୱନାଥନ ଆନନ୍ଦଙ୍କୁ ଚେସରେ ଟକ୍କର ଦେବେ ଆମୀର ଖାନ

ମୁମ୍ବାଇ : ବଲିଉଡର ସୁପରଷ୍ଟାର ଆମୀର ଖାନ ଖୁବ ଶୀଘ୍ର ପାଞ୍ଚ ଥର ବିଶ୍ୱ ଚାମ୍ପିୟନ୍ ହୋଇଥିବା ବିଶ୍ୱନାଥନ ଆନନ୍ଦଙ୍କ ସହ ଚେସ୍ ଖେଳିବେ। Chess.Com India ଦ୍ୱାରା ଏନେଇ ସୂଚନା ଦିଆଯାଇଛି । ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ ଜୁନ୍ ୧୩ ରେ ହେବ।

ଏହି ପରିପ୍ରେକ୍ଷୀରେ Chase.com ଇଣ୍ଡିଆ ପକ୍ଷରୁ ଟ୍ଵିଟ କରି ଲେଖାଯାଇଛି, ‘ଯେଉଁ ସମୟକୁ ଆପଣ ସମସ୍ତେ ଅପେକ୍ଷା କରିଥିଲେ । ସୁପରଷ୍ଟାର ଆମୀର ଖାନ, ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କ ବିପକ୍ଷରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିବେ! ‘ ଏହା ପୂର୍ବରୁ ମଧ୍ୟ ଆମୀର ଖାନ ବିଶ୍ୱନାଥନ ଆନନ୍ଦଙ୍କ ସହ ଚେସ୍ ଖେଳୁଥିବା ଦେଖିବାକୁ ମିଳିସାରିଛି। ଏହି ମ୍ୟାଚ୍‌ରେ ସେ ବିଶ୍ୱନାଥନଙ୍କ ସହ ଭଲ ଲଢେଇ କରିଥିଲେ। ଏହି କାରଣରୁ ବିଶ୍ୱନାଥନ ମଧ୍ୟ ଖୁବ ଇମ୍ପ୍ରେସ୍ ହୋଇଥିଲେ।

ସେହିପରି ଚେସ୍ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ତାଙ୍କ ବାୟୋପିକ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଖୋଲାଖୋଲି ଭାବରେ କହିଥିଲେ, ଯଦି ତାଙ୍କ ଉପରେ ବାୟୋପିକ ତିଆରି ହୁଏ ତେବେ ବଲିଉଡ ସୁପରଷ୍ଟାର ଆମୀର ଖାନ ତାଙ୍କ ଭୂମିକାରେ ଅଭିନୟ କରନ୍ତୁ। ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କୌଣସି ଆଲୋଚନା ହୋଇନାହିଁ । କିନ୍ତୁ, ବିଶ୍ୱ ଚାମ୍ପିଅନ୍ ତାଙ୍କ ବାୟୋପିକରେ ଏହି ଷ୍ଟାରଙ୍କୁ ପସନ୍ଦ କରୁଥିବା ପ୍ରକାଶ କରିଛନ୍ତି

Leave A Reply

Your email address will not be published.

ବ୍ରେକିଂ