୪୩ ଡିଗ୍ରୀ ସହ ରାଜ୍ୟର ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଖରା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛଟପଟ ରାଜ୍ୟ । ତେବେ  ୧୧ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହି ଥିବାବେଳେ ୪୩ ଡିଗ୍ରୀ ସହ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ରେକର୍ଡ କରାଯାଇଛି।

ସେହିପରି ବଲାଙ୍ଗିରରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୪୨ ଡିଗ୍ରୀ ରହିଛି। ଏଥିସହ ସମ୍ବଲପୁରରେ ୪୧.୬ ଡିଗ୍ରୀ ,ତାଲଚେରରେ ୪୧.୫, ଟିଟିଲାଗଡ ୪୧.୨, ସୁନ୍ଦରଗଡ ଓ ଝାରସୁଗୁଡା ୪୧ ଡିଗ୍ରୀ ରେକର୍ଡ କରାଯାଇଛି। ଭବାନୀପାଟଣା ଓ ହୀରୀକୁଦରେ ୪୦.୫ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି। ବାରିପଦା ୪୦, ଭୁବେନେଶ୍ୱର ୩୮.୨, କଟକ ୩୭.୪ ଡିଗ୍ରୀ ରହିଛି ।

ଅନ୍ୟପଟେ କାଳବୈଶାଖୀ ଯୋଗୁଁ ତାତିରୁ ଆଣିଛି ସାମନ୍ୟ ଆଶ୍ୱସ୍ତି । ଏଥିସହ ୨ ତାରିଖ ପାଇଁ ଗଜପତି, କନ୍ଧମାଳ, ଖୋର୍ଦ୍ଧା , ନୟାଗଡ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ୩ ତାରିଖରେ କାଳବୈଶାଖୀ ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନ ରହିଛି । ସେହିପରି ଆଗାମୀ ୨ ଦିନ ଯାଏଁ କେତେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରିଛି ପାଣିପାଗ ।

Leave A Reply

Your email address will not be published.

ବ୍ରେକିଂ