ଲଗାଣ ବର୍ଷାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ପ୍ରାଚୀର ଭୁଶୁଡିଲା

ଚଣ୍ଡୀଖୋଲ : ଠିକାଦାରଙ୍କ ନିମ୍ନମାନର ନିର୍ମାଣ କାର୍ଯ୍ୟର ଆଉ ଏକ ନମୁନା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହାଠାରେ ନିର୍ମିତ ହୋଇଥିବା ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ପାଚେରୀ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଇଛି  । ତେବେ ପାଚେରୀ ଭାଙ୍ଗି ପଡ଼ିବା ପରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ଅଭିଯୋଗ ହୋଇଛି ।

ସେହିପରି ଠିକାସଂସ୍ଥା ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଖାମଖିଆଲି ନୀତି ଓ ଆବଶ୍ୟକ ଅନୁଯାୟୀ କାର୍ଯ୍ୟ ନକରି ବ୍ୟାପକ ଘୋଟଲା କରିଥିବା ସାଧାରଣରେ ଅଭିଯୋଗ ହେଉଛି । ଯାହାଫଳରେ ଦୁଇଦିନର ଲଗାଣ ବର୍ଷାରେ ସମଗ୍ର କ୍ୟାମ୍ପସର ବର୍ଷା ଜଳ ଗଚ୍ଛିତ ହୋଇ ରହିବା କାରଣରୁ ଦୁର୍ବଳ ପାଚେରୀଟି ଶେଷରେ ଭୁଶୁଡ଼ି ପଡ଼ିଥିଲା । ଏଭଳି ନିମ୍ନମାନର ନିର୍ମାଣ ଉପରେ ଯାଜପୁର ଜିଲ୍ଲାପାଳ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ