ବଢୁଛି ବିଭିନ୍ନ ନଦୀର ଜଳସ୍ତର: ବ୍ରାହ୍ମଣୀ ଓ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ

ଭୁବନେଶ୍ଵର : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି ।  ବ୍ରାହ୍ମଣୀ , ବୈତରଣୀ, ଦେବୀ, କୁଶଭଦ୍ରା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ରୁଷିକୂଲ୍ୟା , ଜଳକା ଓ ମହାନଦୀର ନଦୀର ଜଳସ୍ତର ବୃଦ୍ଧି ପାଉଛି । ବ୍ରାହ୍ମଣୀ ଓ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବ୍ରାହ୍ମଣୀରେ ଜଳସ୍ତର କମୁଥିଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି । ଜେନାପୁରରେ ବ୍ରାହ୍ମଣୀ ବିପଦ ସଙ୍କେତ ୬୭ ଫୁଟ ରହିଥିବା ବେଳେ ଏବେ ଏହାର ଜଳସ୍ତର ୬୭.୮୦ ଫୁଟ ରହିଛି । ସେହିପରି ମଥାନୀରେ ଜଳକାର ବିପଦ ସଙ୍କେତ ୫.୫ ମି. ଥିବା ବେଳଏ ଜଳସ୍ତର ୬.୫୧ ମି. ରହିଛି ।

ସେହିପରି, ଆଖୁଆପଦା ନିକଟରେ ବୈତରଣୀ ନଦୀର ବିପଦ ସଂକେତ ୧୭ ଦଶମିକ ୮୩ ମିଟର ଥିବାବେଳେ ସେଠାରେ ୧୮ ଦଶମିକ ୩୪ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି । ବଂଶଧାରା ନଦୀର କାଶୀନଗର ନିକଟରେ ସତର୍କ ସଂକେତ ୫୩ଦଶମିକ ୬୦ ଫୁଟ ଥିବାବେଳେ ୫୪ ଦଶମିକ ୦୬ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । 

ମହାନଦୀର ଜଳସ୍ତର ବି ଫୁଲିବାରେ ଲାଗିଛି । ନରାଜ ନିକଟରେ ସତର୍କ ସଂକେତ ୨୫ ଦଶମିକ ୪୧ ମିଟର ରହିଥିବାବେଳେ ୨୫ଦଶମିକ ୧୬ ମିଟର ଉପରେ ପ୍ରବାହିତ ହେଉଛି ମହାନଦୀ ଜଳ ।

Leave A Reply

Your email address will not be published.

ବ୍ରେକିଂ