ଘର ଭିତରୁ ମା’ ଏବଂ ଦୁଇ ଝିଅଙ୍କ ମୃତଦେହ ମିଳିବା ଘଟଣା: ନିଖୋଜ ସ୍ଵାମୀର ମୃତଦେହ ଉଦ୍ଧାର

 ଝାରସୁଗୁଡ଼ା:   ଝାରସୁଗୁଡ଼ା ବ୍ରଜରାଜନଗରରେ ଘର ଭିତରୁ ମା’ ଏବଂ ଦୁଇ ଝିଅଙ୍କ ମୃତଦେହ ମିଳିବା ଘଟଣାରେ ନିଖୋଜ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ଘର ନିକଟ କୂଅ ଭିତରୁ ସ୍ୱାମୀ ନାରାୟଣ ପୋଦାରଙ୍କ ମୃତଦେହ ଠାବ ହୋଇଛି । ଗତକାଲି ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ସ୍ତ୍ରୀ ଓ ୨ ଝିଅଙ୍କୁ ନାରାୟଣ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ହେଲେ ଆଜି ତାଙ୍କ ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ବ୍ରଜରାଜନଗର  ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଦାରେ ବୁଧବାର ଦିନ ଏକ ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଠାବ ହୋଇଥିଲା । ଏହାପର ଠାରୁ ମହିଳାଙ୍କ ସ୍ୱାମୀ ନିଖୋଜ ଥିଲେ । ଶେଷରେ ଆଜି ସକାଳ ସମୟରେ ଏକ କୂଅରୁ ନାରାୟଣଙ୍କ ମୃତଦେହ ଠାବ ହୋଇଛି । ତେବେ ଏହି ଘଟଣାରେ ମୃତ ମହିଳାଙ୍କ ଦିଅରକୁ ପୋଲିସ ଅଟକ ରଖିଛି । 

Leave A Reply

Your email address will not be published.

ବ୍ରେକିଂ