ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ୍ , ଜଣେ ମୃତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସୁନାମୁହିଁ ନିକଟରେ ଏକ ଇଟା ବୋଝେଇ ମିନି ଟ୍ରକ୍ ଭାରସାମ୍ୟ ହରାଇ ଓଲଟିପଡିଛି । ଘଟଣାରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଖଣ୍ଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଟ୍ରକଟି ଶିଖରପୁର ଗାଁରୁ ଇଟା ନେଇ  ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ନୟାଗଡ଼ ଜିଲ୍ଲା ସୁନାମୁହିଁ ନିକଟରେ ଭାରସାମ୍ୟ ହରାଇ ଏହା ଓଲଟିପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଥିଲା । ମୃତକ ଜଣକ ଅଭୟ ସ୍ୱାଇଁ ବୋଲି ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ