ଚତୁର୍ଥୀ ପୂର୍ବରୁ ଫେରାର ହୋଇଗଲା ନବବଧୂ, ଶେଷରେ ନାବାଳିକା ଶାଳୀ ସହ ପଡିଲା ହାତଗଣ୍ଠି

ଅନୁଗୁଳ: ପ୍ରେମିକା ସହ ଫେରାର ହେଲା ନବବଧୂ । ଗୋଟିଏ ପଟେ ଭୋଜିଭାତର ଆସର ଚାଲିଥିବା ବେଳେ ପ୍ରେମିକ ସହ ନବବଧୂ ଚମ୍ପଟ ମାରିଛି । ଗୁରୁବାର ଦିନ ଚତୁର୍ଥୀ ସହ ଥିଲା ରିସେପ୍ସନ୍ ପାର୍ଟି। ସେହି ଦିନ ଭୋରରୁ ନବବଧୂ ଜଣଙ୍କ ଫେରାର ହୋଇଯାଇଛନ୍ତି । ଅନୁଗୁଳ ସହର ଉପକଣ୍ଠରେ ଘଟିଥିବା ଏଭଳି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମାତ୍ର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ନବବଧୂ ଫେରାର ହୋଇଯିବା ପରେ ବଡ ଭଉଣୀ ସହ ଆସିଥିବା ସାନ ଭଉଣୀ ଭିଣୋଇକୁ ବିବାହ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୧ ତାରିଖ ଦିନ ଅନୁଗୁଳ ସହର ଉପକଣ୍ଠର ଜଣେ ଯୁବକ କାଙ୍ଗୁଲା ଅଞ୍ଚଳରେ ବିବାହ କରିଥିଲେ। ବିବାହ ପରେ ପୁଅ-ବୋହୂ ଘରକୁ ଫେରିଥିବା। ସାଥୀରେ ନବବଧୂଙ୍କ ସାନଭଉଣୀ ମଧ୍ୟ ଆସିଥିଲେ । ଚତୁର୍ଥୀ ଦିନ ରିସେପ୍ସନ୍ ପାର୍ଟି ମଧ୍ୟ ଥିଲା। ଗୁରୁବାର ରାତିରୁ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସମସ୍ତେ ଭୋଜି ପାଇଁ ବ୍ୟସ୍ତ ଥିବାବେଳେ ଭୋରରୁ ନବବଧୂ ଫେରାର ହୋଇଯାଇଥିଲେ । ତେବେ ନବବଧୂ ଜଣଙ୍କ ତାଙ୍କ ପ୍ରେମିକ ସହିତ ଫେରାର ହୋଇଯାଇଥିବା ଜଣାପଡିଥିଲା । ଘରଲୋକ ଏହା ଜାଣିବା ପରେ ସେମାନଙ୍କ ପିଛା କରିଥିଲେ ମଧ୍ୟ ସେମାନେଙ୍କୁ ଖୋଜିବାରେ ଅସମର୍ଥ ହୋଇଥିଲେ ।

ସେପଟେ ଝିଅ ପଳାଇବା ଜାଣି ସକାଳୁ ଝିଅ ଘର ଲୋକ ପହଞ୍ଚିଥିଲେ। ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ପରେ ସାଥୀରେ ଆସିଥିବା ନାବାଳିକା ଶାଳୀଙ୍କ ସହ ଯୁବକଙ୍କ ବିବାହ ହୋଇଥିଲା । କନ୍ୟା ନାବାଳିକା ବୋଲି ଜଣାପଡ଼ିବା ପରେ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚିଥିଲା । ୧୮ ବର୍ଷ ନହେବା ପର୍ଯ୍ୟନ୍ତ ଝିଅକୁ ଶାଶୂ ଘରକୁ ନପଠାଇବାକୁ ଚୁକ୍ତି ହୋଇଛି । ନାବାଳିକା ତାଙ୍କ ବାପା-ମାଙ୍କ ସହ ଘରକୁ ଫେରିଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.

ବ୍ରେକିଂ