ଜଗତସିଂହପୁରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ , ଜଣେ ଗିରଫ
ଜଗତସିଂହପୁର : ରାଜ୍ୟରେ ବଢିଚାଲିଛି ଧଳଜହର ବ୍ୟାପାର। ଜଗତସିଂହପୁର ସଦରଥାନା ତର୍ତ୍ତଙ୍ଗ ଗାଁରୁ ୩୦୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ସଦର ପୁଲିସ ଓ ଅବକାରୀ ବିଭାଗର ଟିମ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛନ୍ତି।
ଏହି ଘଟଣାରେ ଜଣେ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ଗିରଫ ଯୁବକଙ୍କ ଠାରୁ ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି। ତେବେ ଏହି ବ୍ରାଉନସୁଗରର ଚେର କେତେ ଦୂର ଲମ୍ବିଛି ସେନେଇ ଛାନଭିନ କରୁଛି ପୋଲିସ।