୨୩ ଲକ୍ଷର ବ୍ରାଉନସୁଗାର ଜବତ:  ଜଣେ ଗିରଫ

କଟକ: ଜବତ୍ ହେଲା ଧଳା ଜହର । ମଙ୍ଗଳବାର କଟକ ସହର ବାଲିଯାତ୍ରା ପଡିଆ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି । ଜଣେ ଯୁବକଠୁ ଏହି ଧଳା ଜହର ଜବତ୍ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନସୁଗାରକୁ ଜବତ କରିଛି ।  ଘଟଣାରେ  ସମ୍ପୃକ୍ତ ଜଲେଶ୍ୱରର ଯୁବକକୁ ଗିରଫ କରାଯାଇଛି । ତେବେ ଅବକାରୀ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.

ବ୍ରେକିଂ