ବାଲେଶ୍ୱରରୁ କୋଟିଏ ଟଙ୍କାରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ନିଶା ବେପାରର ଆଡ୍ଡା ପାଲଟିଛି ବାଲେଶ୍ୱର। ଆଜି ପୁଣି ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ାଉ କରି ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଛି। ସହଦେଵ ଖୁଣ୍ଟା ନୟାବଜାର ହାଟରୁ ୧କିଗ୍ରା ୫୫ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ବ୍ରାଉନସୁଗର ଜବତ ହେବା ସହ ଦୁଇ ଡ୍ରଗ୍ସ ମାଫିଆ ଗିରଫ କରିଛି ଏସଟିଏଫ।  ସେମାନେ ହେଲେ ଅଶୋକ ଯାଦବ ଓ ସୁରଜ ଯାଦବ।

ତେବେ ବହୁଦିନ ହେବ ପରିବା ମାର୍କେଟରେ ଚାଲିଥିଲା ଧଳାଜହର ଡିଲ୍। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ହେବ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.

ବ୍ରେକିଂ