ଖୋର୍ଦ୍ଧାରୁ ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଟାଙ୍ଗି : ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏଥିସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମର ଅରୁଣ ବେହେରା ବୋଲି ଜଣାପଡିଛି ।

ଟାଙ୍ଗି ଅବକାରୀ ବିଭାଗର ଅଧିକାରୀ ଆଲୋକ ପ୍ରଧାନଙ୍କ କହିବା ଅନୁସାରେ ଗିରଫ ଅଭିଯୁକ୍ତ ଦୀର୍ଘ ଦିନ ଧରି ଛୁପାରୁସ୍ତମରେ ଧଳା ଜହର ବ୍ୟବସାୟ କରି ଆସୁଥିଲେ । ଆଜି ଫେରାର ହେଉଥିବା ବେଳେ ଧରାପଡି ଯାଇଥିଲା ଅଭିଯୁକ୍ତ ଅରୁଣ ବେହେରା । ତେବେ ଅଭିଯୁକ୍ତ ଜଣଙ୍କ କେଉଁଠାରୁ ଏହି ଧଳା ଜହର ଆଣୁଥିଲା ତାହାର ଖୋଲତାଡ କରିବା ସହ ଏଥିରେ ଆଉ କିଏ-କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଚଳାଇଛି ଅବକାରୀ ବିଭାଗ ।

Leave A Reply

Your email address will not be published.

ବ୍ରେକିଂ