ଭଦ୍ରକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଭଦ୍ରକ: ଭଦ୍ରକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ । ଭଦ୍ରକ-ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରେ ଏମଭି ଚେକିଙ୍ଗ ଚାଲିଥିବା ବେଳେ ପୋଲିସ ହାତରେ ଧରାପଡିଛି ୧୨୨ ଗ୍ରାମ ଓଜନର ବ୍ରାଉନସୁଗାର । ଯାହାର ଆନୁମାନିକ ବଜାର ଦର ୧୨ ଲକ୍ଷ ଟଙ୍କାରୁଅଧିକ ହେବ ବୋଲି କୁହାଯାଇଛି ।

ପୋଲିସ ସୂଚନା ଅନୁଯାୟୀ , ଭଦ୍ରକ- ଚାନ୍ଦବାଲି ରାସ୍ତା ରେ ଏମଭି ଚେକିଙ୍ଗ ଚାଲିଥିବା ବେଳେ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଅଟକାଇଥିଲେ । ସେମାନଙ୍କୁ ତଲାସୀ କରାଯିବାରେ ସେମାନଙ୍କ ପାଖରୁ ବ୍ରାଉନସୁଗର,ମନିପର୍ସ ଏବଂ କିଛି ନଗଦ ଟଙ୍କା ଜବତ କରାଯାଇଥିଲା ।

ଏହି ବ୍ରାଉନସୁଗରକୁ ସେମାନେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ଆଣିଥିବା ଏବଂ ଏହା ଚୋରା ଚାଲାଣ ପାଇଁ ଉଦ୍ଧିଷ୍ଟ ଥିବା କଥା ପୋଲିସ କହିଛି । ଏଥିନେଇ ଭଦ୍ରକ ପୁରୁଣାବଜାର ଥାନାରେ ଏନଡିପିଏସ ଧାରା ରେ ଏକ ମାମଲା ଦାୟର କରାଯାଇ ଅଧିକ ଖୋଲତାଡ଼ ଆରମ୍ଭ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ