ଭାରତ ସରକାର ଲେଖାଥିବା ପ୍ରାଇଭେଟ୍ ଗାଡ଼ିରୁ ବ୍ରାଉନସୁଗାର ଜବତ, ୩ ଗିରଫ

ପୁରୀ: ଭାରତ ସରକାର ଲେଖାଥିବା ପ୍ରାଇଭେଟ୍ ଗାଡ଼ିରୁ ବ୍ରାଉନସୁଗାର ଜବତ।  ପୁରୀ ସଦର ଥାନା ଅଞ୍ଚଳରୁ ୪୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।  ଗିରଫଙ୍କ ମଧ୍ୟରେ ୨ ଜଣ ଭୁବନେଶ୍ଵର ଓ ଜଣେ ସତ୍ୟବାଦୀ ଅଞ୍ଚଳର ବୋଲି ଜଣାପଡିଛି ।

ଏହି ତିନି ଅଭିଯୁକ୍ତ ପ୍ରାଇଭେଟ୍ ଗାଡ଼ିରେ ଭାରତ ସରକାର ଷ୍ଟ୍ରିକର ଲଗାଇ  ଭୁବନେଶ୍ଵରରୁ ପୁରୀକୁ ବ୍ରାଉନସୁଗାର ସପ୍ଲାଇ କରୁଥିଲେ। ସେମାନଙ୍କ ନିକଟରୁ ଗୋଟିଏ କାର୍, ଗୋଟିଏ ବାଇକ୍ ଏବଂ ୫ଟି ମୋବାଇଲ ସହ ଛୋଟ ଓଜନ ମେସିନ ଜବତ ହୋଇଛି ।

 

Leave A Reply

Your email address will not be published.

ବ୍ରେକିଂ