୭୦ ହଜାର ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ତେବେ ଆଜି ପୁରୀରୁ ୬ ଗ୍ରାମ ୯୭୦ ମିଲି ଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏଥିସହ ଦୁଇଜଣ ଯୁବକଙ୍କୁ  ତାଳବଣିଆ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।

ଅଭିଯୁକ୍ତ ଦ୍ୱୟ ବାଇକ ଯୋଗେ ବ୍ରାଉନ୍ ସୁଗର ବିକିବା ପାଇଁ ଯାଉଥିଲା ବେଳେ ବାଲିଘାଟ ଛକରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସଦର ଅଂଚଳର ଶଙ୍କର ଦାସ ଓ ପୁରୀ ବାସେଳୀ ସାହି ଜଗନ୍ନାଥ ବସ୍ତି ଅଂଚଳର ପଂଚୁ ବେହେରା । ସେହିପରି ଗୋଟିଏ ବାଇକ ଓ ନଗଦ ହଜାରେ ଟଙ୍କା ପୋଲିସ ଜବତ କରିଛି ।

Leave A Reply

Your email address will not be published.

ବ୍ରେକିଂ