କୁଖ୍ୟାତ ବ୍ରାଉନସୁଗର ବେପାରୀ ଶେଖ୍ ରାଜାର ଭିଣେଇ ଗିରଫ୍

ବାଲେଶ୍ୱର: ପୁଣି ଜବତ ହେଲା ଧଳା ଜହର । ବାଲେଶ୍ୱରରୁ ବଡ ଧରଣର ଡ୍ରଗ୍ସ କାରାବାର ଧରାପଡିବାର ସୂଚନା ମିଳିଛି । ସହେଦେବଖୁଣ୍ଟା ପୋଲିସ୍ ଅଡର ବଜାରରୁ ଜବତ କରି ୧୦୦ ଗ୍ରାମ ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି  ।

ଘଟଣାରେ ସମ୍ପୃକ୍ତ କୁଖ୍ୟାତ ବ୍ରାଉନସୁଗର ବେପାରୀ ଶେଖ୍ ରାଜାର ଭିଣୋଇ ମୁନା ଖାଁକୁ ଗିରଫ କରିଛି ପୋଲିସ୍ । ଶେଖ ରାଜା ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାର କଳା ସାମ୍ରାଜ୍ୟ ବିସ୍ତାର କରିଥିଲା । ଶେଖ୍ ରାଜାକୁ ଏସଟିଫ୍ ଧରିବା ପରେ ମୁନା ଏହି ସାମ୍ରାଜ୍ୟ ଚଳଉଥିଲା । ତେବେ ଚଢାଉ ବେଳେ ବାପୁନା ନାମକ ଡ୍ରଗ୍ସ ମାଫିଆ ଖସି ଯାଇଥିବା ସୂଚନା ମିଳିଛି । ଏହି ଧଳା ଜହରର ଚେର କେତେ ଦୂର ଲମ୍ବିଛି ସେନେଇ ଛାନଭିନ୍ କରୁଛି ପୋଲିସ୍ ।

Leave A Reply

Your email address will not be published.

ବ୍ରେକିଂ