ବ୍ରାଉନସୁଗାର ବିକ୍ରିବେଳେ ଧରାପଡିଲେ ବିଏମସି କର୍ମଚାରୀ
ଭୁବନେଶ୍ୱର: ବ୍ରାଉନସୁଗାର ବେପାରରେ ବିଏମସି କର୍ମଚାରୀ । ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ରେଡ ହ୍ୟାଣ୍ଡ ଧରାପଡିଲେ କର୍ମଚାରୀଜଣକ । ତେବେ ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ।
ତାଙ୍କ ନିକଟରୁ 8 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ 80 ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏଥିସହ କର୍ମଚାରୀଙ୍କ ନିକଟରୁ ୪୦ ଗ୍ରାମ ସୁନା ଗହଣା ଓ ନଗଦ ୪୨ ହଜାର ଟଙ୍କା ଜବତ କରିଛି ପୋଲିସ ।