ସିବିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ମାର୍କ ପାଇଁ ଟାବୁଲେସନ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ସିବିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ମାର୍କ ପାଇଁ ଟାବୁଲେସନ ଅବଧି ବୃଦ୍ଧି। ଟାବୁଲେସନ ପାଇଁ ଡେଡଲାଇନ୍ ଜୁନ୍ ୩୦ ତାରିଖକୁ ବୃଦ୍ଧି  କରାଯାଇଛି । ବର୍ତ୍ତମାନ ଜୁନ୍ ୩୦ ତାରିଖ ସୁଦ୍ଧା ପିଲାମାନଙ୍କ ମାର୍କ ଟାବୁଲେସନ କରି ବୋର୍ଡକୁ ଦେବେ ସ୍କୁଲ୍ । ଅନେକ ରାଜ୍ୟରେ ଲକଡାଉନ ଏବଂ  ଛାତ୍ର ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିବିଏସଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସେପଟେ ଦଶମ ଶ୍ରେଣୀର ଫଳାଫଳ ଜୁଲାଇ ପ୍ରଥମ ସପ୍ତାହରେ ଆସିବ ବୋଲି କୁହାଯାଇଛି । ସିବିଏସ୍ଇ ଦ୍ୱାରା ବିଦ୍ୟାଳୟର ପ୍ରଧାନଶିକ୍ଷକ / ମୁଖ୍ୟମାନଙ୍କୁ ନୋଟିସ୍ ଜାରି କରି ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପର ସମୟସୀମା ବୋର୍ଡ ଦ୍ୱାରା ବୃଦ୍ଧି କରାଯାଇଛି। ପୂର୍ବରୁ ଜୁନ୍‌ ମାସରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା । ହେଲେ ତାଲିକାକରଣ ପାଇଁ ପରୀକ୍ଷାଫଳ ତାରିଖକୁ ଜୁନ୍‌ ମାସ ଯାଏ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି।

ଛାତ୍ର ଏବଂ ଶିକ୍ଷକଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଏଥିସହ ଫଳାଫଳ ଘୋଷଣା କରିବାକୁ ବିଦ୍ୟାଳୟଗୁଡ଼ିକୁ ନିୟମିତ ସମୟ ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ