ରାଜ୍ୟରେ ବସ୍ ଭଡା ବୃଦ୍ଧି, ଆଜିଠୁ ବର୍ଦ୍ଧିତ ଦର ଲାଗୁ

ଭୁବନେଶ୍ୱର : କରୋନା କଟକଣା ଆଂଶିକ କୋହଳ କରାଯିବା ସହିତ ୨୦ଟି ଜିଲ୍ଲାରେ ବସ୍ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସେପଟେ ବସ ସେବା ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ଯାତ୍ରୀ ବସ୍ ଭଡା ବୃଦ୍ଧି ପାଇଛି । ଅଟୋମେଟିକ ମେକାନିଜମ ଆଧାରରେ ବସ ଭଢା ବୃଦ୍ଧି ହୋଇଛି ।

ବର୍ଦ୍ଧିତ ବସ ଭଡା ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସସେବା ୪ ପଇସା ମହଙ୍ଗା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସର ଭଡା ୮ ପଇସା ବଢିଥିବା ବେଳେ ସୁପର ପ୍ରିମିୟମ୍ ବସ୍ ଭଡା ୧୨ ପଇସା ବଢିଛି । ତେବେ ବର୍ଦ୍ଧିତ ବସ ଭଡା ଆଜିଠାରୁ ଲାଗୁ ହୋଇଛି ।

ସାଧାରଣ ବସ୍ ଭଡ଼ା କିଲୋମିଟର ପ୍ରତି ୮୫ ପଇସା ଥିଲା। ୪ ପଇସା ବଢ଼ି ୮୯ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ ବସ୍ ଭଡା ୮୯ ପଇସା ଥିଲା। ଏବେ ୯୩ ପଇସା ହୋଇଛି। ଡିଲକ୍ସ ବସରେ ଏଣିକି ଯାତ୍ରୀ କିଲୋମଟର ପ୍ରତି ୧୨୯ ପଇସା ଦେବେ। ପୂର୍ବରୁ ଥିଲା ୧୨୧ ପଇସା। ଏସି ଡିଲକ୍ସ ବସ ଭଡା କିଲୋମିଟର ପ୍ରତି ୧୪୯ ପଇସାରୁ ବଢ଼ି ୧୫୭ ପଇସା ହୋଇଛି। ସେହିପରି ସୁପର ପ୍ରିମିୟମ ବସ ଭଡ଼ା ଆଉ ୧୨ ପଇସା ବଢ଼ି ୨୪୪ ପଇସା ହୋଇଛି। ପୂର୍ବରୁ ଥିଲା ୨୩୨ ପଇସା। 

Leave A Reply

Your email address will not be published.

ବ୍ରେକିଂ