ନବରଙ୍ଗପୁରରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ

ନବରଙ୍ଗପୁର : ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା  ଉମରକୋଟରେ  ଜଣେ ବ୍ୟବସାୟୀ ଗୁଳିମାଡର ଶିକାର ହୋଇଥିବା ଜଣାପଡିଛି । ବ୍ୟବସାୟୀ ଜଣକ ଟି. ସଂଜୀବ ସୁବୁଦ୍ଧି । ତେବେ ତାଙ୍କ ଅଣ୍ଟାରେ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ସେପଟେ ଗୁଳିମାଡ କରିଥିବା ୩ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ସଂଜୀବ ସୁବୁଦ୍ଧି  ଗତକାଲି ପିଏନବି ଶାଖା ଆଗରେ ବାଇକ୍ ଧରି ଠିଆ ହୋଇଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରେ ଗୁଳିମାଡ କରିଥିଲେ । ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।  ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।  ସେପଟେ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ