ଘରୁ ଡାକିନେଇ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

ବାଲିଗୁଡ଼ା: ବ୍ୟବସାୟୀଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା । ବାଲିଗୁଡା ଥାନା ରେବୀଙ୍ଗିଆ ପଂଚାୟତର ବଜାର ସାହିର ଏହି ଅଭାବନୀୟ ଘଟଣା ଘଟିଛି । ଗୁଳିକାଣ୍ଡର କାରଣ ଜଣାପଡିନଥିବା ବେଳେ ମୃତକ ହେଲେ ନବଘନ ସାହୁ । ଭୀମ ତାଙ୍କୁ ଘରୁ ଡାକିନେଇ ଗୁଳି ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନାଅନୁଯାୟୀ ମୃତକ ନବଘନ ସାହୁ ବ୍ୟବସାୟ କରି ପରିବାର ଚଳାନ୍ତି । ନବଘନ ସାହୁଙ୍କୁ ଘରୁ ଡାକି ନେଇ ଗୁଳିମାଡ  କରିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଳା l ବାଲିଗୁଡା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନବଘନ ସାହୁଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି l ପିଠିରେ ଓ ଛାତିରେ ମୋଟ ପାଞ୍ଚ ରାଉଣ୍ଡ ଗୁଳି ମାଡ଼ ହୋଇଛି l ବାଲିଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି l

Leave A Reply

Your email address will not be published.

ବ୍ରେକିଂ