ନିଆଁ ସେକି ହେଉଥିବା ବେଳେ ଲୋକଙ୍କ ଉପରେ ଚଢିଗଲା କାର

ଦେବଗଡ଼ : ଦେବଗଡ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ରାସ୍ତା କଡରେ ନିଆଁ ସେକି ହେଉଥିବା ବେଳେ ଅଘଟଣ । ଏକ କାର୍ ଲୋକଙ୍କ ଉପରେ ଚଢି ଓଲଟି ପଡିବା ଫଳରେ ୬ଜଣ  ଆହତ ହୋଇଛନ୍ତି । ଆହତଙ୍କୁ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ,  ତିଲେଇବଣି ବ୍ଲକ ପାଳକୁଦର ପଂଚାୟତ କାଇବାଙ୍କ ଗ୍ରାମର ରାସ୍ତା କଡରେ କିଛି ଲୋକ ନିଆଁରେ ସେକି ହେଉଥିଲେ । ଏହି ସମୟରେ ସେହି ରାସ୍ତାଦେଇ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଯାଇ ଓଲଟି ପଡିଥିଲା । ଏଥିରେ ୬ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲେକ ଆହତଙ୍କୁ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଆହତଙ୍କ ନାମ ଦିଲିପ ଭଇଁସା(୨୦),ଉମେଶ ବାଗ(୧୫),ପରିକ୍ଷିତ ବାଗ(୨୦),ଅରୁଣ ଲାକ୍ରା(୨୦) , ପ୍ରକାଶ ବାଗ (୨୧)  ଓ ପ୍ରତାପ ବାଗ (୧୫)  ବୋଲି ଜଣାପଡିଛି । ଅନ୍ୟପକ୍ଷରେ ବରଯାତ୍ରୀରେ ଯାଉଥିବା ସମୟରେ ଉକ୍ତ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ  କାରରେ ବସିଥିବା ୨ ଜଣ ଯାତ୍ରୀ ଓ କାରର ଡ୍ରାଇଭର ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଛଅ ଜଣଙ୍କ ମଧ୍ୟରୁ ତିନି ଜଣ ପରୀକ୍ଷିତ ବାଗ, ଉମେଶ ବାଗ ଓ ଅରୁଣ ଲାକ୍ରାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ