ଜଙ୍ଗଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର

ରେଢାଖୋଲ: ଜଙ୍ଗଲରୁ ଉଦ୍ଧାର ହେଲା ଛୁଆ ହାତୀର ମୃତଦେହ ।  ସମ୍ବଲପୁର ଜିଲ୍ଲା ରେଢାଖୋଲ ବନ ଖଣ୍ଡ ନାକଟିଦେଉଳ ରେଞ୍ଜ ବାଟଗାଁ ସେକ୍ସନ ଅନ୍ତର୍ଗତ ଚଡଚଡ଼ି ଗ୍ରାମ ପାଖ ସାରଂକ୍ଷିତ ଜଙ୍ଗଲ ନିକଟରୁ  ଗୁରୁବାର  ଏକ ଛୁଆ ହାତୀ ର ମୃତ ଦେହ ଉଦ୍ଧାର କରାଯାଇଛି।

ହାତୀ ଛୁଆର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଜଣାପଡିଛି । ତେବେ ଖବର ପାଇ ଘଟଣା ସ୍ଥଳକୁ ବନ ବିଭାଗର ଅଧିକାରୀମାନେ ଯାଇଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ କେଉଁ କାରଣ ରୁ ହାତୀ ଛୁଆଟି ମୃତ୍ୟୁ ହୋଇଛି ତାହା ଜଣା ପଡି ନାହିଁ ।

Leave A Reply

Your email address will not be published.

ବ୍ରେକିଂ