ସୌମ୍ୟଙ୍କ କ୍ୱାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା, ଘର ଭିତରେ ପୋଡ଼ା ଦାଗ ମିଳିଲା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ପାରଳାଖେମୁଣ୍ଡି ପୁଲିସ୍ ସହ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଆଜି ସୌମ୍ୟଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ  । ତଦନ୍ତ ବେଳେ ଘର ଭିତରେ ପୋଡ଼ା ଦାଗ ଥିବା କହିଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ।

ରୋଷେଇ ଘର, ଘର ଚାରିପାଖ ତଥା ଝରକା ପାଖ ବି ବୁଲି ଦେଖିଥିଲେ। ହେଲେ ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଆଁ ଲାଗିଲା, ଏହି ଘଟଣା ଘରେ ହୋଇଥିଲା, ନା ବାହାରେ ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍‌।

ଯଦି ଘରେ ନିଆଁ ଲାଗିଥିଲା କେମିତି କେହି ଜାଣିପାରିଲେ ନାହିଁ, ବିଦ୍ୟାଭାରତୀ ସେହି ସମୟରେ କ’ଣ କରୁଥିଲେ, ଘରର ସ୍ଥିତି କେମିତି ଥିଲା, ପାରିପାର୍ଶ୍ୱିକ ସ୍ଥିତି ଦେଖି ଏ ସବୁ ଦିଗକୁ ତଦନ୍ତକାରୀ ଟିମ୍ । ଘରେ ନିଆଁ ଲାଗିଥିଲେ, କିପରି କେହି ଜାଣିପାରିଲେ ନାହିଁ, ତେଣୁ ବାହାରେ ସୌମ୍ୟଙ୍କ ଦେହରେ ନିଆଁ ଲଗାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏହାର ତଦନ୍ତ ହେଉଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି।

ଅପରପକ୍ଷେ, ଏହି ଚାଞ୍ଚଲ୍ୟକର ଘଟଣାରେ ବାରମ୍ବାର ନାଁ ଉଠୁଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି ଜେରା କରିବ ତଦନ୍ତକାରୀ ଟିମ୍ । ତାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି ।

ସେହିପରି ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ବିଭିନ୍ନ ସମୟରେ ତଦନ୍ତ ବେଳେ ଅନ୍ୟ ଏକ ଥାନା ଅଂଚଳର ଓଆଇସି କାହିଁକି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା ।

Leave A Reply

Your email address will not be published.

ବ୍ରେକିଂ
ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି