ଆଜି ଦିନ ୨ଟାରେ ପ୍ରକାଶ ପାଇବ CBSE ଦ୍ବାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ଅପରାହ୍‌ଣ ୨ଟାରେ ପ୍ରକାଶ ପାଇବ CBSE ଦ୍ବାଦଶ ପରୀକ୍ଷା ଫଳ।  ଏନେଇ ସିବିଏସଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । cbseresult.nic.incbse.gov.in ଉପଲବ୍ଧ ହେବ ରେଜଲ୍ଟ । ରୋଲ୍ ନମ୍ୱର ଜରିଆରେ ନିଜ ନିଜ ପରୀକ୍ଷାଫଳ ଓ୍ୱେବସାଇଟରୁ ଜାଣି ପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ଅପେକ୍ଷାରେ ଅଛନ୍ତି ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।

ଚଳିତବର୍ଷ କରୋନା ଯୋଗୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଥିଲେ ସରକାର । ରେଜଲ୍ଟ ଇଣ୍ଟରନାଲ୍ ମାର୍କିଂ ଆଧାରରେ ଫଳାଫଳ ପ୍ରସ୍ତୁତ କରାଯାଇଛି । ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରିବା ପାଇଁ ଡେଡଲାଇନ୍ ଦେଇଥିଲେ ସୁପ୍ରିମକୋର୍ଟ । ତାପୂର୍ବରୁ ଫଳାଫଳ ଘୋଷଣା କରୁଛି ସିବିଏସଇ ବୋର୍ଡ ।

Leave A Reply

Your email address will not be published.

ବ୍ରେକିଂ