କୋଭାକ୍ସିନକୁ ମିଳିଲା ବିଶେଷଜ୍ଞ ଟିମ୍‌ର ସବୁଜ ସଂକେତ

ନୂଆଦିଲ୍ଲୀ:  କରୋନା ମହାମାରୀ ମଧ୍ୟରେ ଦେଶରେ ପ୍ରଥମ ସ୍ୱଦେଶୀ କରୋନା ଟିକା ମିଳିଯାଇଛି । ବିଶେଷଜ୍ଞ କମିଟିର ବୈଠକରେ ଶନିବାର ସନ୍ଧ୍ୟାରେ ଭାରତ ବାୟୋଟେକର କୋଭାକସିନ ଅନୁମୋଦନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁସାରେ, ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଶେଷଜ୍ଞ କମିଟି ବୈଠକ ଜାରି ରହିଛି । ତେବେ ଏ ନେଇ ଅଳ୍ପ ସମୟ ମଧ୍ୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇପାରେ ।

ଏହା ପୂର୍ବରୁ କୋଭିଶିଲ୍ଡ କୁ ଅନୁମୋଦନ ମିଳିଥିଲା । ଦେଶରେ କରୋନା ଟିକା ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର SEC (ବିଷୟ ବିଶେଷଜ୍ଞ କମିଟି) ବୈଠକ ହୋଇଥିଲା । ଏହି ବୈଠକରେ ସେରମ୍ ପ୍ରତିଷ୍ଠାନର ଭ୍ୟାକସିନ କୁ ଚୂଡ଼ାନ୍ତ ଅନୁମୋଦନ ଦିଆଯାଇଥିଲା। ଏହା ବ୍ୟତୀତ ଭାରତ ବାୟୋଟେକର କୋଭାକସିନ ଅନୁମୋଦନ ପାଇଁ ମଧ୍ୟ ଚର୍ଚ୍ଚା ହୋଇଥିଲା । ଟିକା ବ୍ୟବହାର କରିବାକୁ SEC ପ୍ରାଥମିକ ଅନୁମୋଦନ ପ୍ରଦାନ କରେ ।

Leave A Reply

Your email address will not be published.

ବ୍ରେକିଂ