ମାଲକାନଗିରି ଗସ୍ତରେ କେନ୍ଦ୍ରୀୟ ଆଦିବାସୀ ଉନ୍ନୟନ ଟିମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦାରୁଆ ସମ୍ପ୍ରଦାୟର ଜାତି ପ୍ରମାଣ ପତ୍ରକୁ ନେଇ ଲାଗି ରହିଛି ସମସ୍ୟା । ତେଣୁ ଏହାର ସମାଧାନ ପାଇଁ ମାଲକାନଗିରିରେ ପହଞ୍ଚିଛି କେନ୍ଦ୍ରୀୟ ଆଦିବାସୀ ଉନ୍ନୟନ ଟିମ । ଦାରୁଆ ସମ୍ପ୍ରଦାୟର ଲୋକଙ୍କ ସହ ଭେଟି ତାଙ୍କ ସହ ଆଲୋଚନା କରିଥିଲେ ।   ତେବେ  ଏହି ଟିମ୍ ଲୋକଙ୍କ ମତାମତ ସହ ଦାରୁଆ ସମ୍ପ୍ରଦାୟର ରୀତିନୀତି ଦେଖି ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କ ଦେବା ପାଇଁ କୁହାଯାଇଛି । ରିପୋର୍ଟ ପାଇବା ପରେ ତାହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ।

ଏହି  ଗସ୍ତରେ ଅନୁସୂଚୀତ ଜାତି ଓ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକଙ୍କ ସହ ମଥିଲି ବିଡିଓ,ମାଥିଲି ତହସିଲଦାର। ପିଏ ଆଇଟିଡିଏ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏବଂ ବିଜେପି ର ଅନ୍ୟାନ୍ୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.

ବ୍ରେକିଂ