ଭୁବନେଶ୍ୱର: ରାଜ୍ୟର ୮ ଜିଲ୍ଲାରେ ସନ୍ଧ୍ୟା ୬ଟା ମଧ୍ୟରେ କୁଆପଥର ବର୍ଷା ସମ୍ଭାବନା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୁର୍ବାନୁମାନ କରାଯାଇଛି।
ଗଜପତି, ଗଂଜାମ, ନବରଙ୍ଗପୁର, କନ୍ଧମାଳ, ନୂଆପଡା, କଳାହାଣ୍ଡି, ରାୟଗଡା ଓ କୋରାପୁଟ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି । କୁଆପଥର ବର୍ଷା ସହ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । କୁଆପଥର ବର୍ଷା ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିବ । କାରଣ ଏବେ ଖରା ଯେଉଁ ମାତ୍ରାରେ ହେଉଛି ବର୍ଷା ହେବା ନିହାତି ଦରକାର । ଫଳରେ ଲୋକେ ଆଶ୍ୱସ୍ତି ଅନୁଭବ କରିବେ ।