ଆସନ୍ତା ୧୩ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି (ଗୁରୁବାର) ସଂଧ୍ୟା ଠାରୁ ଆସନ୍ତାକାଲି (ଶୁକ୍ରବାର) ସକାଳ ମଧ୍ୟରେ ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାର ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ପବନର ବେଗ ୩୦-୪୦ କିଲୋମିଟର ରହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୯ ତାରିଖ ସକାଳ ଠାରୁ ୧୦ ତାରିଖ ସକାଳ ମଧ୍ୟରେ କେନ୍ଦୁଝର, ମୟୁରଭଂଜ,ଯାଜପୁର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ , ଗଜପତି, ଗଂଜାମ , ରାୟଗଡାଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୦ ତାରିଖ ସକାଳ ଠାରୁ ୧୧ ତାରିଖ ସକାଳ ମଧ୍ୟରେ କନ୍ଧମାଳ, ରାୟଗଡା, ଖୋର୍ଦ୍ଧା. କଟକ , ଗଂଜାମ, ନୟାଗଡ, ବୌଦ୍ଧ, ପୁରୀ , କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୁରଭଂଜ , ୧୧ ତାରିଖ ସକାଳ ଠାରୁ ୧୨ ତାରିଖ ସକାଳ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଦେବଗଡ, କେନ୍ଦୁଝର, ମୟୁରଭଂଜ, ଅନୁଗୁଳ ଓ ନବରଙ୍ଗପୁର ଏବଂ ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ , ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ଦୃଷ୍ଟିରୁ ସମ୍ପୃକ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

 

Leave A Reply

Your email address will not be published.

ବ୍ରେକିଂ