୬ଜିଲ୍ଲାରେ ଦୁଇ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା

 ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ୬ଟି ଜିଲ୍ଲାରେ ବର୍ଷା ଘଡଘଡି ସହ ପବନ ବୋହିବା ନେଇ ସତର୍କତା କରାଯାଇଛି । ଦିନବେଳା ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବା ବେଳେ ଗତ କିଛିଦିନ ହେବ ଅପରାହ୍ନରେ କାଳବୈଶାଖୀ ହେଉଛି ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ଅପରାହ୍ନରେ କାଳବୈଶାଖୀର ପ୍ରବାଭ ଦେଖାଦେବ। ଦୁଇ ଘଣ୍ଟା ମଧ୍ୟରେ ବର୍ଷା, ଘଡଘଡ଼ି ସହ ବିଜୁଳି ହୋଇପାରେ ବୋଲି ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଏହି ସମୟରେ ସତର୍କ ଏବଂ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.

ବ୍ରେକିଂ